କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁରରେ ଏକ ବେଆଇନ ବାଣ କାରଖାନା ଠାବ କରାଯାଇଛି । ଏହି ବାଣ କାରଖାନାରେ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଚଢଉ କରିଥିଲା । ପୋଲିସ୍ ବିପୁଳ ପରିମାଣର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଜବତ କରିଛି । ସମସ୍ତ ଜବତ ସାମଗ୍ରୀର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ବାଣ କାରଖାନାରୁ ପୋଲିସ୍ 12 ଜଣଙ୍କୁ ଗିରଫ କରିଛି ।