ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଜନୈକ ଏନ୍ସିପି ବିଧାୟକଙ୍କ ନିକଟରୁ 53.46 ଲକ୍ଷ ଟଙ୍କା ଜବତ କରିଛନ୍ତି ନିର୍ବାଚନ କମିଶନ । ଏହି ଘଟଣାରେ ପୋଲିସ୍ ଏନ୍ସିପି ବିଧାୟକ ରମେଶ କଦମଙ୍କୁ ଗିରଫ କରାଯାଇଛି । ଥାନେର ଘୋଡବନ୍ଦରରେ ଥାନେ ପୋଲିସ୍ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ପୋଲିସକୁ 500 ଏବଂ 200 ଟଙ୍କିଆ ନୋଟ୍ର ଅର୍ଥ ଜବତ କରିଥିଲା । ରମେଶ କଦମଙ୍କୁ ଜେଜେ ହସ୍ପିଟାଲରେ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯିବା ପରେ ଜେଲ୍କୁ ପଠାଯାଇଛି । ଏହି ଗିରଫଦାରୀ ପରେ ଏନ୍ସିପି ପାଇଁ ଅଡୁଆ ବଢିବାରେ ଲାଗିଛି । ପୂର୍ବରୁ ଏନ୍ସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଗତକାଲି ଇଡି 12 ଘଣ୍ଟା ପାଇଁ ଜେରା କରିଥିଲା ।