ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ବିଜେଡ଼ି ତରଫରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ସନତ ଗଡଁତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ତେବେ ଆସନ୍ତା ୨୧ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ ଗ୍ରହଣ ପ୍ରସ୍ତୁତି ସମ୍ପର୍କରେ ବରଗଡ଼ ଜିଲ୍ଲାପାଳଙ୍କ ପ୍ରେସ୍ମିଟ୍ କରିଛନ୍ତି । ବିଜେପୁରର ୨୮୫ଟି ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୧୩୫ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାର ସୂଚନା ରହିଛି । ହଇଲ୍ ଚେୟାର, ରାମ୍ପ୍ ସହ ସ୍ବେଚ୍ଛାସେବୀଙ୍କୁ ନିୟୋଜନ କରାଯାଉଛି ।