ଜାତୀୟ ରାଜପଥ ମରାମତି ତଥା ସମ୍ପ୍ରସାରଣ ବିଳମ୍ବରୁ ତାତିଲା ବିଜେଡ଼ି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସବୁ ଏନ୍ଏଚ୍ ମରାମତିରେ ବିଳମ୍ବ ଅଭିଯୋଗ କରିଛି ବିଜେଡ଼ି । ଏହା ପ୍ରତିବାଦରେ ପାଲଲହଡ଼ା, ଅନୁଗୁଳ ଓ ଢେଙ୍କାନାଳ ଠାରେ ବିଜେଡି ଆନ୍ଦୋଳନ କରିଛି । ସେଠାରେ ଥିବା ଏନଏଚ ତୁରନ୍ତ ମରାମତି ଏବଂ ସଂପ୍ରସାରଣ ପ୍ରକ୍ରିୟା ସାରିବାକୁ ଦାବୀ କରି ବହୁ ବିଜେଡିକର୍ମୀ ଆଜି ୨ଘଣ୍ଟିଆ ଜାତୀୟ ରାଜପଥ ରାସ୍ତା ଅବରୋଧ କରିଛନ୍ତି । ଅନେକ ବିଜେଡିକର୍ମୀ ପାଲଲହଡ଼ା ଠାରେ ଏନଏଚ ୪୯ ଓ ୧୪୯ ଅବରୋଧ କରିଛନ୍ତି । ଫଳରେ ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି । ତୁରନ୍ତ ଏନ୍ଏଚ୍ ମରାମତି ଏବଂ ସମ୍ପ୍ରସାରଣ ପ୍ରକ୍ରିୟା ସାରିବାକୁ ଦାବି କରାଯାଇଛି ।