ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ସକାଳୁ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ବସ୍ ଡ୍ରାଇଭର୍ ପ୍ରାଣ ହରାଇଛନ୍ତି । ଶନିବାର ସକାଳୁ ବସ୍ଟିରେ କେହି ଯାତ୍ରୀ ନଥିବା ସମୟରେ ଡ୍ରାଇଭର ଜଣକ ଏକ ପାର୍ସଲ ପାଇଥିଲେ । ପାର୍ସଲଟି ବିସ୍ଫୋରଣ ଘଟିବାରୁ ଡାଇଭର ଜଣକ ପ୍ରାଣ ହରାଇଥିଲେ । କୋହ୍ଲାପୁରରେ ଏହି ଘଟଣା ଘଟିଥିବା ବେଳେ ବିସ୍ଫୋରଣ ପରେ ବୋମା ସ୍କ୍ବାଡ ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ବ୍ୟବହୃତ ହୋଇଛି ତାହା ଜଣା ପଡିନାହିଁ ।