Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରଠାରେ ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରଶ୍ନରେ ହଟ୍ଟହଟ୍ଟା ପିଇଓ
ଆଜିର ଖବର

ବାଣପୁରଠାରେ ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ, ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରଶ୍ନରେ ହଟ୍ଟହଟ୍ଟା ପିଇଓ

October 19, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ବାଣପୁରଠାରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକ୍‌ ସଭାଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ବୈଠକରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ,  ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ,  ତେରନଂ ଜୋନ୍‌ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ ପ୍ରମୁଖ  ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ବାଣପୁର ବ୍ଲକ୍‌ର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ, ପିଇଓ, ଜିଆର୍‌ଏସ୍‌ମାନେ ଉପସ୍ଥିତ ରହିଥିଲେ। ଜିଆରଏସ୍‌ମାନେ ଏହି ବୈଠକରେ ନିଜ ନିଜ ପଞ୍ଚାୟତର ରିପୋର୍ଟ ପ୍ରଦାନ କରିଥିଲେ।

ଏହି ବୈଠକରେ ପ୍ରଶ୍ନର ଉତ୍ତର ଦେଇ ନପାରି ହଟ୍ଟାହଟ୍ଟା ହୋଇଛନ୍ତି ପିଇଓ। ପଞ୍ଚାୟତ ଖର୍ଚ୍ଚ ବାବଦରେ ଏକ ପ୍ରଶ୍ନର ଉତ୍ତର ଦେଇ ନପାରି କୁମରାଙ୍ଗ ପଞ୍ଚାୟତ ପିଇଓ ଅପଦସ୍ତ ହୋଇଛନ୍ତି। ଏହି ବୈଠକରେ କୁମରାଙ୍ଗ ପଞ୍ଚାୟତର ସରପଞ୍ଚ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ପଞ୍ଚାୟତର ପିଇଓଙ୍କୁ ପଞ୍ଚାୟତ ଖର୍ଚ୍ଚ ନେଇ ପ୍ରଶ୍ନ କରିଥିବାବେଳେ ପିଇଓ ଜଣକ ଏହି ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରିନାହାନ୍ତି।

ମନରେଗା ଯୋଜନା ପାଇଁ ସରକାର ଅସୀମିତ ଆର୍ଥିକ ରାଶି ସହାୟତା କରୁଛନ୍ତି । ବାଣପୁର ବ୍ଲକ୍‌ର ଅନ୍ୟ ସମସ୍ତ ପଞ୍ଚାୟତରେ ମନେରଗା ଯୋଜନାରେ ବ୍ୟାପକ ଆର୍ଥିକ ରାଶି ବିନିଯୋଗ ହୋଇଥିବାବେଳେ କୁମାରଙ୍ଗା ପଞ୍ଚାୟତରେ ଏହି ଯୋଜନାରେ ସର୍ବନିମ୍ନ ଟଙ୍କା ବିନିଯୋଗ ହୋଇଥିବାର ଜଣାପଡିଛି। ବାଣପୁର ବ୍ଲକ୍‌ର ମୋରାମୋରି ପଞ୍ଚାୟତରେ ଏହି ଯୋଜନା ଅଧୀନରେ ସର୍ବାଧିକ ୬ଲକ୍ଷ ଟଙ୍କା ବିନିଯୋଗ ହୋଇଥିବାବେଳେ କୁମାରଙ୍ଗା ପଞ୍ଚାୟତରେ ଏହି ଯୋଜନା ପାଇଁ ମାତ୍ର ୩୭,୦୦୦ଟଙ୍କା ବିନିଯୋଗ ହୋଇଛି। ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ଜିଆର୍‌ପି ଓ ପିଇଓଙ୍କୁ ପ୍ରଶ୍ନ କରିଥିବାବେଳେ ଏହାର ସଠିକ୍‌ ଉତ୍ତର ରଖିପାରିନାହାନ୍ତି ଜିଆର୍‌ପି ଓ ପିଇଓ।

ଏହି ଅବସରରେ ୧୩ ନଂ ଜୋନ୍‌ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ  ଜଳସଂରକ୍ଷଣ ତଥା ଜଳର ବ୍ୟାପକ ନିୟନ୍ତ୍ରଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ବାଣପୁରର ଉପରମୁଣ୍ଡରେ ଜଳ ସଂରକ୍ଷଣ ପାଇଁ କୂପ ଓ ପୁଷ୍କରିଣୀ ଖନନ କରି ଜଳ ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ନିଜର ଅଭିମତ ରଖିଛନ୍ତି। ସେହିପରି ବାଣପୁରଠାରେ ଚିଲିକା ଓ ଶାଳିଆ ଡ୍ୟାମ୍‌ ରହିଛି। ଏଠାରେ ମାଛ ଚାଷ ପାଇଁ ପ୍ରକୃଷ୍ଟ ଭିତ୍ତିଭୂମି ରହିଥିବା ସତ୍ତ୍ବେ ମାଛ ଚାଷ ପାଇଁ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜଳସଂରକ୍ଷଣ ତଥା ମାଛ ଚାଷ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ଆର୍ଥିକ ସହାୟତା ଦିଆଯାଉଥିବାବେଳେ ଏହି ବ୍ଲକ୍‌ରେ ଏହି ଦୁଇ ଯୋଜନା ଠିକ୍‌ ରୂପେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅମରେନ୍ଦ୍ର ରଣସିଂହ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025
Latest News

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୨୦୨୬ ବର୍ଷର କ୍ୟାଲେଣ୍ଡର ଓ ଡାଏରୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 19, 2025

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.