ମହଙ୍ଗା ପଡ଼ିଲା ଲାଞ୍ଚ ମାଗିବା । ଶ୍ରମ ବିଭାଗ କିରାଣୀ ଖୋଲାଖୋଲି ଲାଞ୍ଚ ମାଗୁଥିବା ଭିଡ଼ିଓ ପ୍ରଚାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ଜଣେ ଶ୍ରମ ବିଭାଗ କିରାଣୀ ବଲ୍ଲବ ନାଗ ଜଣେ ବ୍ୟକ୍ତିଙ୍କୁ ଶ୍ରମିକ ଚାଲାଣ ଲାଇସେନ୍ସ ଦେବାକୁ ଖୁଲମଖୁଲା ଲାଞ୍ଚ ମାଗିଥିଲେ । ଏହି ଶ୍ରମିକ ଚାଲାଣ ଲାଇସେନ୍ସ କରାଇବାକୁ ଶ୍ରମ ବିଭାଗ କିରାଣୀ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିରାଣୀଙ୍କ ଏହି ଖୁଲମଖୁଲା ଲାଞ୍ଚ ମାଗିବା ଭିଡ଼ିଓ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।କିରାଣୀ ବଲ୍ଲବ ନାଗଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରାଯାଇଛି ।