ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ରାଜନୀତି ଚାଲିଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିବା ବେଳେ ବିଜେପି ସ୍ମିତାରାଣୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । ଆଜି ବିଜେପି ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି ଯେ, ପାରିପାର୍ଶ୍ବିକକ ସ୍ଥତିକୁ ଦେଖିଲେ ସ୍ମିତାରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେଠାରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଏକାଧିକ ଲୋକେ ରହିଥିଲେ । ଏହି ଘଟଣାରେ ରାମକୋର କୈାଣସି ସିମେଣ୍ଟ ଅଧିକାରୀ ମଧ୍ୟ ସମ୍ପୃକ୍ତ ଥାଇ ପାରନ୍ତି । ଏହା ସହ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସରକାର ସିବିଆଇକୁ ତଦନ୍ତ ଭାର ଦେବା ଦେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି । ବିଜେପି ଏକ ଫଟୋ ଦେଖାଇ ଏହି ଘଟଣାରେ ବିଜେପି ଲିଙ୍କ ରହିଛି ବୋଲି ଦାବି କରୁଥିବାବେଳେ ଏହାର ଉତ୍ତର ରଖିଛନ୍ତି ବିଜେଡ଼ିର ସସ୍ମିତ ପାତ୍ର । ତଦନ୍ତ ନ ସାରିବା ପୂର୍ବରୁ ବୟାନବାଜି ଠିକ୍ ନୁହେଁ ବୋଲି ସେ କହିଛନ୍ତି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବୟାବନାଜି ଠିକ୍ ନୁହେଁ ବୋଲି ସସ୍ମିତ କହିଛନ୍ତି । ସେହିପରି ଏହି ଘଟଣାରେ କଂଗ୍ରେସର ସୁର ରାଉତରାୟ ମଧ୍ୟ ଏହାକୁ ଏକ ହତ୍ୟା ବୋଲି କହିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ହୋଇ ଦୋଷୀ ଦଣ୍ଡ ପାଉ ବୋଲି ସୁର ରାଉତରାୟ ପ୍ରତିକ୍ରିୟା ଦେଇଛନ୍ତି ।