ନିଜର ସରକାରୀ ବାସଭବନ ଖାଲି କରିବା ପାଇଁ ବାଚସ୍ପତି ପୂର୍ବତନ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର 16 ତାରିଖରେ ସମସ୍ତ ପୂର୍ବତନ ବିଧାୟକଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସରକାରୀ ବାସଭବନ ପରିତ୍ୟାଗ ନକଲେ ପାଣଇ ଏବଂ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ବେଖାତିର କରାଯିବାରୁ ଆଜି ବାଚସ୍ପତି ପୂର୍ବତନ ବିଧାୟକମାନଙ୍କୁ 3 ଦିନର ମହଲତ ଦେଇଛନ୍ତି । ଏହା ସହିତ ଆସନ୍ତା ମାସଠାରୁ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ କୋଠା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ବାଚସ୍ପତି କହିଛନ୍ତି ।