ମଣିପୁର ଇମ୍ଫାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ ଓଲଟିବା ଫଳରେ ୨୦ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ କିଛି ଜୁଡ଼ୋ ଖେଳାଳିଙ୍କୁ ନେଇ ଏକ ବସଟି ଇମ୍ଫାଲରୁ ଯାଉଥିଲା। ଆଜି ଭୋରୁ ଇମ୍ଫାଲରୁ ଦୀମାପୁର ଆସିବା ବାଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସଟି ଓଲଟି ପଡ଼ିବାରୁ ୨୦ଜଣ ଯାତ୍ରୀ ବା ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ବସଟିରେ କୋଚଙ୍କ ସମେତ ୩୦ଜଣ ଜୁଡ଼ୋ ଖେଳାଳି ଥିଲେ।