ଭଦ୍ରକରେ ନିଆଁରେ ପୋଡ଼ି ଗୁରୁତର ଥିବା ବାପା, ପୁଅଙ୍କର ମୃତ୍ୟୁ ଘଟିଛି । କଟକ ବଡ଼ ମେଡ଼ିକାଲରେ ଆଜି ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କ ପ୍ରାଣ ଚାଲିଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ଭଦ୍ରକ ଜିଲ୍ଲା ଧାମନଗର କଟସାହି ପଞ୍ଚାୟତ ସାମଚାନ୍ଦପାଟଣା ଗାଁର ଗୋଟିଏ ପରିବାରର ଦୁଇ ସଦସ୍ୟ ଅର୍ଥାତ ବାପ,ପୁଅ ଦୋକାନରେ ଧୂପ ଦେଇଥିଲେ । ସେହି ଧୂପରୁ କୌଣସି କାରଣ ବଶତଃ ଚାରିଆଡ଼େ ନିଆାଁ ବ୍ୟାପି ଯାଇଥିଲା । ଫଳରେ ଦୁହେଁ ସେହି ନିଆରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ଓ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।