ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଳା ଓ ମନୋରଞ୍ଜନ ଜଗତର କଳାକାରଙ୍କ ସହ ସାକ୍ଷାତ କରିଛନ୍ତି । ଶନିବାର ଦିନ ଲୋକ କଲ୍ୟାଣ କାର୍ଯ୍ୟକ୍ରମ ସ୍ଥିତ ମୋଦିଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ଷ୍ଟାର୍, ଶାହରୁଖ୍ ଖାନ୍, ଆମୀର ଖାନ୍, ସୋନମ କପୁର୍, କଙ୍ଗନା ରନୌତ୍, ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍, ଇମ୍ତିଆଜ ଅଲ୍ଲୀ, କପିଲ୍ ଶର୍ମା, ରାକୁଲ୍ ପ୍ରୀତ୍ ସିଂ ଏକତା କପୁର୍, ଅନୁରାଗ ବସୁଙ୍କ ସମେତ ଅନେକ ଲୋକପ୍ରିୟ ବଲିଉଡ୍ କଳାକାର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୋଦି କହିଛନ୍ତି ଯେ, ମହାତ୍ମା ଗାନ୍ଧିଙ୍କ ବିଚାରକୁ ପ୍ରଚାରିତ କରିବାରେ ଫିଲ୍ମ ଓ ଟେଲିଭିଜନ ଜଗତ ବହୁତ ଭଲ କାମ କରୁଛି ଏହି ଅବସରରେ ମୋଦି ସମସ୍ତ ବଲିଉଡ୍ ଷ୍ଟାର୍ମାନଙ୍କ ସହ ସେଲ୍ଫି ନେଉଥିବାର ଦେଖାଯାଇଛି । ଏହି ସେଲ୍ଫିଗୁଡ଼ିକ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।