ସମୀକ୍ଷା ବ୍ୟୁରୋ
ସମ୍ବଲପୁର ବୁର୍ଲା ମେଡିକାଲରେ ଆଜି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ମଙ୍ଗଳ କାରାଗାରର ଜଣେ କଏଦୀ ଗତକାଲି ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରେ ଲାଗିଥିଲା। ତେବେ ଆଜି ବୁର୍ଲା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କଏଦୀ ହେଲେ ପ୍ରକାଶ ସୁନା। ସେ ବିଭିିନ୍ନ ଡକାୟତି ମାମଲାରେ ସମ୍ବଲପୁର ଜିଲ୍ଲା ମଙ୍ଗଳ କାରାଗାରରେ ସଜ୍ଜା କାଟୁଥିଲେ।