ବଲିଉଡ୍ ଆକ୍ସନ ଡ୍ୟାନ୍ସିଂ ଷ୍ଟାର୍ ହ୍ରିଥିକ୍ଙ୍କୁ ରିମେକ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଦେଖିବାକୁ ମିଳିବ। ତେବେ ଡୁଗୁଙ୍କ ବିପକ୍ଷରେ ନଜର ଆସିବେ ଅନୁଷ୍କା। ତେବେ ମିଳିଥିବା ସୂଚନା ଅନୁସାରେ ଅନୁଷ୍କା ବେଶ୍ କିଛି ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ଶୁଣିବାକୁ ମିଳିଛି ଯେ, ଅନୁଷ୍କା ଏହି ଫିଲ୍ମ ଜରିଆରେ ପୁଣି ଥରେ ବଡ଼ ପରଦାରେ ନଜର ଆସିବେ। ଯଦି ସତରେ ଅନୁଷ୍କା ଏହି ଫିଲ୍ମରେ ନଜର ଆସନ୍ତି, ତେବେ ବଲିଉଡରେ ପ୍ରଥମ ଥର ପାଇଁ ହ୍ରିଥିକ୍ ଓ ଅନୁଷ୍କାଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ। ରୋହିତ ସେଟ୍ଟି ଓ ଫରହାନ୍ ଅଖତରଙ୍କ ଏହି ରିମେକ୍ ଫିଲ୍ମରେ ହ୍ରିଥିକ୍ଙ୍କ ହିରୋଇନ୍ କିଏ ହେଉଛି, ତାହା ଦେଖିବାକୁ ବାକି ରହିଲା। ନିକଟରେ ହ୍ରିଥିକ୍ଙ୍କ ଅଭିନୀତ ‘ଓ୍ବାର୍’ ବକ୍ସ ଅଫିସ୍ରେ ଚହଳ ପକାଇଛି।