ରାଜ୍ୟରେ ଦୁଷ୍କର୍ମ ଭଳି ନିନ୍ଦନୀୟ ଓ ଘୃଣ୍ୟ ଅପରାଧ ଥମିବାର ନାଁ ଧରୁନି। ରାଉରକେଲାରୁ ପୁଣି ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ ଜଣେ ଯୁବତୀ ଜନୈକା ମହିଳାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ସେଠାରେ ଘର ମାଲିକାଣୀଙ୍କ ପୁଅ ଓ ତାଙ୍କ ସାଙ୍ଗ ଗତ କିଛି ବର୍ଷ ହେଲା ଯୁବତୀଙ୍କୁ ଭୟଭୀତ କରି ଗଣଦୁଷ୍କର୍ମ କରି ଆସୁଥିଲେ। ଯୁବତୀଜଣକ ପ୍ରତିବାଦ କରିଲେ ତାଙ୍କୁ ଦୁଇ ଅଭିଯୁକ୍ତ ଧମକଚମକ ଦେଉଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଏନେଇ ଆଜି ନିଜର ୨ମାସର ଶିଶୁ କନ୍ୟାକୁଧରି ଥାନାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।