ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ପ୍ରଦାନ କରିଛନ୍ତି । ନିଜ ପରିବାର ସହିତ ବାନ୍ଦ୍ରା ଓ୍ବେଷ୍ଟରେ ସଚିନ୍ ନିଜର ଭୋଟ୍ ପ୍ରଦାନ କରିଥିଲେ । ସଚିନ୍ଙ୍କ ସହିତ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଏବଂ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ସହିତ ସଚିନ୍ ପହଞ୍ଚି ଭୋଟ ପ୍ରଦାନ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ର ବିଧାନସଭା ପାଇଁ 288 ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଅକ୍ଟୋବର 24 ତାରିଖରେ ନିର୍ବାଚନ ଫଳାଫଳ ଆସିବ ।