ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ର ତୃତୀୟ ଦିବସର ଦକ୍ଷିଣ ଆଫ୍ରିକା 162 ରନ୍ରେ ଅଲ୍ଆଉଟ୍ ହୋଇଛି । 335 ରନ୍ରେ ଆଗୁଆ ରହିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍ ଡାକରା ଦେଇଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ସର୍ବାଧିକ 3ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ସାମି, ଜାଡେଜା ଏବଂ ନଦୀମ୍ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଫଲୋଅନ୍ ପରେ ଦକ୍ଷିଣ ଆଫ୍ରିକା 16 ରନ୍ର ଦୁଇଟି ଓ୍ବିକେଟ୍ ହରାଇ ପୁନର୍ବାର ସଙ୍କଟରେ ପଡିଛି । ସାମି ଏବଂ ଉମେଶ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।