ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍କୁ କ୍ଲିନ୍ ସୁଇପ୍ କରିଛି ବିରାଟ କୋହଲିଙ୍କ ଭାରତୀୟ ଦଳ। ଗତକାଲି ବିଜୟ ଠାରୁ ଦୁଇଟି ଓ୍ବିକେଟ୍ ଦୂରରେ ରହିଥିବା ଭାରତୀୟ ଦଳ ଆଜି ମାତ୍ର ଦୁଇ ଓଭର ମଧ୍ୟରେ ଦୁଇଟି ଓ୍ବିକେଟ ଅକ୍ତିଆର କରି ଇନିଂସ ଓ ୨୦୨ ରନ୍ରେ ବିଜୟୀ ହୋଇଥିଲା। ଗତକାଲିର ସ୍କୋରରେ ଦକ୍ଷିଣ ଆଫ୍ରିକା ମାତ୍ର ୧ରନ୍ ଯୋଡି ଅଲ୍ଆଉଟ ହୋଇଥିଲା। ଲଗାତାର ଦୁଇ ବଲ୍ରେ ସ୍ଥାନୀୟ ବୋଲର ଶାହବାଜ ନଦୀମ ଏହି ଦୁଇ ଓ୍ବିକେଟ୍ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଲ୍ଗାରଙ୍କ ବଦଳ ଖେଳାଳି ଭାବରେ ବ୍ୟାଟିଂ କରିବାକୁ ଆସିଥିବା ଥେନସ୍ ଡି ବ୍ରୁଇନ୍ ସର୍ବାଧିକ ୩୦ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ୧୦ ରନ୍ରେ ୩ଟି ଓ୍ବିକେଟ୍ ଅକ୍ତିଆର କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଉମେଶ ଯାଦବ ଏବଂ ଶାହବାଜ ନଦୀମ୍ ଦୁଇଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଅଶ୍ବିନ୍ ଏବଂ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ। ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ଘୋଷଣା କରାଯାଇଥିଲା।