ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଦେଖାଯାଇଛି । ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜବାବରେ ଭାରତୀୟ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରତି ବର୍ଷ ଭଳି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠେଇ ଅଦଳ ବଦଳ ହୋଇଥାଏ କିନ୍ତୁ ଏଥର ହୋଇପାରିନାହିଁ । ପ୍ରୋଟୋକଲ ହିସାବରେ ପ୍ରତି ବର୍ଷ ଅହମଦାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଦୀପାବଳିରେ ସମସ୍ତ ମୁଖ୍ୟ କାର୍ଯ୍ୟାଳୟକୁ ମିଠେଇ ପଠାଇଥାଏ । ପାକିସ୍ତାନର ଆଇଏସଆଇ ପ୍ରଥମେ ପ୍ରୋଟୋକଲକୁ ସ୍ୱାଗତ କରିବାକୁ ଯାଇ ମିଠେଇ ଗ୍ରହଣ କରିଥିଲେ କିନ୍ତୁ ପରେ ଫେରାଇ ଦେଇଛି । ସୂଚନାଯୋଗ୍ୟ ଆଇଏସଆଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅଟେ ଏବଂ ପାକିସ୍ତାନର କ୍ଷମତା-ରଣନୀତିରେ ଏହାର ପ୍ରଭାବ ରହିଛି । କେବଳ ଇସଲାମାବାଦରେ ଆଇଏସ୍ଆଇ ବା ଅନ୍ୟ ଅଧିକାରୀ ନୁହଁନ୍ତି ବରଂ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ଏଥର ଭାରତର ମିଠେଇକୁ ସ୍ୱୀକାର କରି ନାହାନ୍ତି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଭାରତ ବିରୋଧୀ ହୋଇଯାଇଛି । ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ବୟାନ ବାଜି କରିବା ସହିତ ଭାରତ ବିରୋଧୀ କାର୍ଯ୍ୟ କରୁଛି।