ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ପାହାଡ଼ ଧସି ୨୦ଟି ଘର ଭାଙ୍ଗିଯାଇଛି। ଖୋଲା ଆକାଶ ତଳେ ବର୍ଷାରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ହେଉଛି। ଏହାରି ମଧ୍ୟରେ ଆଜି ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତିପିସିଂ- କୁଲମ ମଧ୍ୟରେ ଥିବା ପାହାଡ଼ ଧସି ଯାଇଛି। ଫଳରେ ପାହାଡ଼ ତଳେ ଓ ତାର ଆଖ ପାଖରେ ଥିବା ୨୦ଟି ଘର ଭାଙ୍ଗିଯାଇଛି। ଏହା ସହ ୬୦ରୁ ଅଧିକ ଘର ଆଂଶିକ ନଷ୍ଟ ହୋଇଯାଇଛି। ଫଳରେ ଖୋଲା ଆକାଶ ତଳେ ଲଗାଣ ବର୍ଷାରେ ଲୋକ ରହିଥିବା ଜଣାପଡ଼ିଛି। ପାହାଡ଼ ଧସିବା ଖବର ପାଇଁ ସେଠାରେ ସଙ୍ଗେ ସଙ୍ଗେ ଗୁମ୍ମା ବିଡିଓ ପହଂଚି ତଦାରଖ କରୁଛନ୍ତି। ପ୍ରଭାବିତ ଅଂଚଳରୁ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଚେଷ୍ଟା ଜାରି କରାଯାଇଛି।