ବିଜେପୁର ଉପନିର୍ବାଚନରେ ରେକର୍ଡ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ରୀତା ସାହୁ । ସାଧାରଣ ନିର୍ବାଚନର ବିଜୟ ବ୍ୟବଧାନକୁ ଟପି ରେକର୍ଡ କରିଛନ୍ତି ରୀତା । ୨୧ ରାଉଣ୍ଡ ସୁଦ୍ଧା ରୀତା ୯୭,୯୯୪ ଭୋଟ୍ରେ ଆଗୁଆ ରହିଛନ୍ତି । ରୀତା ଆଗୁଆ ରହିବା ସହ ସୌମ୍ୟ ପଟ୍ଟନାୟକଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଗତ ନିର୍ବାଚନରେ ସୌମ୍ୟ ସର୍ବାଧିକ ବ୍ୟବଧାନରେ ଜିତିଥିଲେ । ଖଣ୍ଡପଡ଼ାରୁ ସୌମ୍ୟ ୮୧,୪୩୦ ଭୋଟରେ ଜିତିଥିଲେ । କିନ୍ତୁ ରୀତା ସୌମ୍ୟଙ୍କୁ ଟପି ଯାଇଛନ୍ତି । ଏପରିକି ଏହି ଆସନରୁ ଗତ ନିର୍ବାଚନରେ ନବୀନ ପାଇଥିବା ଭୋଟ୍ଠାରୁ ମଧ୍ୟ ଅଧିକ ସଂଖ୍ୟାରେ ଭୋଟ ପାଇଛନ୍ତି ରୀତା । ବିଜେପୁରୁର ନବୀନ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ ୫୭,୧୨୨ ଭୋଟରେ ଜିତିଥିଲେ ।