ହରିୟାଣାର କୈଠାଲରୁ କଂଗ୍ରେସ ପ୍ରାର୍ଥୀ ତଥା କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ପରାସ୍ତ ହୋଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ତୁଣ୍ଡ ସାଜିଥିବାବେଳେ ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ୍ କରୁଥବା ରାଜନେତା ରଣଦୀପ ସୁର୍ଜେଓ୍ବାଲାଙ୍କୁ ବିଧାନସଭା ନିର୍ବାଚନରେ ହାରିବାକୁ ପଡିଛି । ଭୋଟ ଗଣତି ପ୍ରାରମ୍ଭରୁ ଆଗୁଆ ରହିଥିବାବେଳେ ୫ମ ରାଉଣ୍ଡରେ ସ୍ଥିତି ବଦଳିଯାଇଥିଲା । ସୁର୍ଜେଓ୍ବାଲାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଲୀଲା ରାମ ଜିତିଛନ୍ତି । ଲୀଲା ରାମ ୫୬୭ ଭୋଟ୍ରେ ସୁର୍ଜେଓ୍ବାଲାଙ୍କୁ ପରାସ୍ତ କରିଛନ୍ତି । ୨୦୧୪ରେ ରଣଦୀପ ସୁର୍ଜେଓ୍ବାଲା ଏହି ଆସନରୁ ବିଜୟୀ ହୋଇଥିଲେ ।