ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ଅପ୍କମିଙ୍ଗ ଫିଲ୍ମ ’ଦବଙ୍ଗ୍ ୩’ର ଟ୍ରେଲର ରିଲିଜ୍ ହୋଇଯାଇଛି । ପୁଣି ଥରେ ଚୁଲ୍ବୁଲ୍ ପାଣ୍ଡେ ପରଦାକୁ ଆସୁଛନ୍ତି । ଆକ୍ସନ-କମେଡ଼ିରେ ଭରପୂର ଏହି ଫିଲ୍ମର ସଲମାନ୍ ଖାନ୍, ସୋନାକ୍ଷୀଙ୍କ ବ୍ୟତୀତ ନବାଗତା ସାଇ ମଞ୍ଜେରକର୍, ସୁଦୀପ୍, ଅରବାଜ୍ ଖାନ୍, ମାହିଗିଲ୍, ପଙ୍କଜା ତ୍ରିପାଠୀ ପ୍ରମୁଖ ଅଭିନୟ କରୁଛନ୍ତି । ଦୁଇ ମିନିଟ୍ ୫୦ ସେକେଣ୍ଡର ଏହି ଟ୍ରେଲର୍ରେ ସଲମାନ୍ଙ୍କ ଡାଇଲଗ୍ ଶୁଣିବାକୁ ମିଳିଛି । ଏଥିରେ ଭାଇଜାନ୍ ମାରେଙ୍ଗ ଭି ହମ୍ ଓ ବଚାୟଙ୍ଗେ ଭି ହମ୍ର ଏକ ଦମଦାର୍ ଡାଇଲଗ ସହ ଆକ୍ସନ ସିନ୍ ଦେଖିବାକୁ ମିଳିଛି । ଏହି ଟ୍ରେଲର୍ରେ ସଲମାନ୍ ଖାନ୍, ସୋନାକ୍ଷୀ ସିହ୍ନା, ସାଇ ଓ ସୁଦୀପ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୨୦ ତାରିଖରେ ପରଦା ଉପରକୁ ଆସିବ । ବଲିଉଡରେ ସଲମାନ୍ଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଏକ କ୍ରେଜ୍ ସୃଷ୍ଟି କରିଥାଏ । ପୂର୍ବରୁ ଦବଙ୍ଗର ଦୁଇଟି ସିରିଜ୍ ହିଟ୍ ରହିଥିବାବେଳେ ଏହି ତୃତୀୟ ସିରିଜ୍ଟିକୁ ନେଇ ଦର୍ଶକେ ତଥା ସିନେ ସମୀକ୍ଷକ ବେଶ୍ ଆଶାବାଦୀ ରହିଛନ୍ତି ।