Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ଶିବସେନା ହାତରେ ଲଗାମ, ହରିଆଣାରେ ବିକାକିଣାର ଖୋଲା ବଜାର
ବିଶେଷ ଖବର

ମହାରାଷ୍ଟ୍ରରେ ଶିବସେନା ହାତରେ ଲଗାମ, ହରିଆଣାରେ ବିକାକିଣାର ଖୋଲା ବଜାର

October 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଏ ସମୀକ୍ଷା ଲେଖା ହେଲା ବେଳକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପୂରା ଘୋଷିତ ହୋଇନାହିଁ। ତେବେ ଦୁଇଟି ଯାକ ରାଜ୍ୟରୁ ଯେଉଁ ପ୍ରକାର ସଙ୍କେତ ମିଳୁଛି, ସେଥିରେ ହୁଏତ ବିଜେପି ପାଇଁ ବିଶେଷ ଉତ୍ସବ ମନାଇବାର କୌଣସି କାରଣ ନାହିଁ। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରବଳ ପ୍ରଚାର ସତ୍ତ୍ୱେ ସେଠି ବିଜେପିର ଆସନ ଶହେ ପାଖାପାଖି ରହୁଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ବିଜେପି ସରକାର ଗଢିବା ଲାଗି ପୂରା ମାତ୍ରାରେ ଶିବସେନା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ। ୨୦୧୪ ନିର୍ବାଚନ ତୁଳନାରେ ବିଜେପିକୁ ୨୨-୨୫ ଟି ଆସନ କମ ମିଳିବା ଫଳରେ ଶିବସେନାର ଶକ୍ତି ବୃଦ୍ଧି ଘଟିଛି। ଗତଥର ବିଜେପିକୁ ସମର୍ଥନ କରିବା ପାଇଁ  ଶିବସେନାକୁ ଅପମାନଜନକ ଭାବରେ ରାଜି ହେବାକୁ ପଡିଥିଲା। ଏଥର ସ୍ଥିତି ପୂରା ଓଲଟା। ଶିବସେନାର ସମର୍ଥନ ଆଧାରରେ ବିଜେପିକୁ ବଞ୍ଚିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବିଜେପି ନିଜକୁ ମେଣ୍ଟର ବଡଭାଇ ବୋଲି ଯାହା କହୁଥିଲେ ଏବେ ତାହା ଆଉ କାମ କରିବ ନାହିଁ।

ଏହି ନିର୍ବାଚନରେ କଂଗ୍ରେସ ଧୂଳିସାତ ହୋଇଯିବ ବୋଲି କୁହା ଯାଉଥିଲା। ହେଲେ ସବୁ ଆକଳନ କୁ ଭୁଲ ପ୍ରମାଣିତ କରି କଂଗ୍ରେସ ୪୫ ଆସନରେ ଆଗୁଆ ରହିଛି, ଏହା ଗତ ନିର୍ବାଚନ ତୁଳନାରେ ଢେର ଭଲ ପ୍ରଦର୍ଶନ। ମାତ୍ର ପାଞ୍ଚମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୪୫ ରୁ ୪୧ ଆସନ ଜିତିଥିଲେ, ଅଥଚ ବିଧାନସଭା ନିର୍ବାଚନରେ ସେମାନଙ୍କ ସ୍ଥିତି ସେତେ ଉନ୍ନତ ହୋଇନାହିଁ। ବର୍ତ୍ତମାନର ସ୍ଥିତି ଅନୁଯାୟୀ (ବିଜେପି-୧୦୧+ଶିବସେନା-୫୮=୧୫୯) ମେଣ୍ଟ ସରକାର ହେବା ସହଜ। ତେବେ ସେନାକୁ ପ୍ରଲୋଭିତ କରିବା ପାଇଁ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାଖରେ ଏକ ମ୍ୟାଜିକ ସଂଖ୍ୟା (କଂଗ୍ରେସ-୪୫+ଏନସିପି-୫୩=୯୮ + ଶିବସେନା- ୫୮=୧୫୬) ରହିଛି, ଯାହାକି ବିଜେପିକୁ ସବୁବେଳେ ଅସୁରକ୍ଷିତ କରି ରଖିବ। ଗତ ନିର୍ବାଚନ ପରେ କଂଗ୍ରେସ ଓ ଏନସିପି ରୁ ବିଜେପି ପ୍ରବଳ ବିଧାୟକ ଓ ନେତାଙ୍କୁ କିଣିବାର ଚେଷ୍ଟା କରିଥିଲା, ହେଲେ ବିରୋଧୀ ରାଜନୀତି ଯେ ସବୁ ପ୍ରକାର ଚାପ ସତ୍ତ୍ୱେ ବଞ୍ଚିପାରେ, ଏହା ପୁଣିଥରେ ମହାରାଷ୍ଟ୍ରରେ ପ୍ରମାଣିତ ହୋଇଛି।

ସବୁ ନିର୍ବାଚନୀ ଆକଳନ ଓ ଗଣିତକୁ ଭୁଲ ପ୍ରମାଣିତ କରି ହରିଆଣା ବିଧାନସଭାର ଫଳାଫଳ ଝୁଲା ଅବସ୍ଥାକୁ ଆସିଛି। ବିଜେପି ୪୦ ଓ କଂଗ୍ରେସ ୩୧ ଆସନ ଜିତିଥିବା ବେଳେ ଏଠାରେ ସ୍ଵାଧୀନ ବିଧାୟକମାନଙ୍କ ହାତରେ ସରକାର ଗଢିବାର ଚାବିକାଠି ରହିବ। ବିଜେପିର ନିର୍ବାଚନୀ ଦାବି ଓ ଏହାର ଫଳାଫଳରେ ଏବେ ଢେର ଅନ୍ତର ଦେଖିବାକୁ ମିଳିଛି। କାଶ୍ମୀର ପ୍ରସଙ୍ଗରେ ଏହି ଦୁଇ ରାଜ୍ୟର ନିର୍ବାଚନ ଲଢିବାକୁ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ଖୋଲାଖୋଲି ଘୋଷଣା କରିଥିଲେ। ଫଳ ବାହାରିବା ପରେ ଦେଶବାସୀ ଜଣାଇ ଦେଇଛନ୍ତି ଯେ, ମୋଦୀ-ଶାହା ଯାହା କରୁଛନ୍ତି, ତାହା ପଛରେ ଲୋକଙ୍କ ପୂର୍ଣ୍ଣ ସମର୍ଥନ ଅଛି ବୋଲି ଭାବିବା ନିତାନ୍ତ ନିର୍ବୋଧତା ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀଙ୍କ ଦ୍ୱାରା ଡାକ ସେବାର ଏକ ନୂତନ ଡିଜିଟାଲ୍ ଯୁଗର ଶୁଭାରମ୍ଭ

August 22, 2025

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025

ICC ଟି-୨୦ ବ୍ୟାଟିଂ ଏବଂ ବୋଲିଂ ରାଙ୍କିଙ୍ଗରେ ଭାରତୀୟଙ୍କ ପ୍ରାଧାନ୍ୟ, ଶୀର୍ଷ ୧୦ ରେ ୭ ଖେଳାଳି

August 22, 2025

ଆଜି ଶସ୍ତା ହେଲା ନା ମହଙ୍ଗା: ଜାଣନ୍ତୁ ଆଜିର ସୁନା ଦର

August 22, 2025

ଏଥର ୨୦ ବର୍ଷ ଯାଏଁ ଚଲାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.