Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ଶିବସେନା ହାତରେ ଲଗାମ, ହରିଆଣାରେ ବିକାକିଣାର ଖୋଲା ବଜାର
ବିଶେଷ ଖବର

ମହାରାଷ୍ଟ୍ରରେ ଶିବସେନା ହାତରେ ଲଗାମ, ହରିଆଣାରେ ବିକାକିଣାର ଖୋଲା ବଜାର

October 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଏ ସମୀକ୍ଷା ଲେଖା ହେଲା ବେଳକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପୂରା ଘୋଷିତ ହୋଇନାହିଁ। ତେବେ ଦୁଇଟି ଯାକ ରାଜ୍ୟରୁ ଯେଉଁ ପ୍ରକାର ସଙ୍କେତ ମିଳୁଛି, ସେଥିରେ ହୁଏତ ବିଜେପି ପାଇଁ ବିଶେଷ ଉତ୍ସବ ମନାଇବାର କୌଣସି କାରଣ ନାହିଁ। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରବଳ ପ୍ରଚାର ସତ୍ତ୍ୱେ ସେଠି ବିଜେପିର ଆସନ ଶହେ ପାଖାପାଖି ରହୁଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ବିଜେପି ସରକାର ଗଢିବା ଲାଗି ପୂରା ମାତ୍ରାରେ ଶିବସେନା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ। ୨୦୧୪ ନିର୍ବାଚନ ତୁଳନାରେ ବିଜେପିକୁ ୨୨-୨୫ ଟି ଆସନ କମ ମିଳିବା ଫଳରେ ଶିବସେନାର ଶକ୍ତି ବୃଦ୍ଧି ଘଟିଛି। ଗତଥର ବିଜେପିକୁ ସମର୍ଥନ କରିବା ପାଇଁ  ଶିବସେନାକୁ ଅପମାନଜନକ ଭାବରେ ରାଜି ହେବାକୁ ପଡିଥିଲା। ଏଥର ସ୍ଥିତି ପୂରା ଓଲଟା। ଶିବସେନାର ସମର୍ଥନ ଆଧାରରେ ବିଜେପିକୁ ବଞ୍ଚିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବିଜେପି ନିଜକୁ ମେଣ୍ଟର ବଡଭାଇ ବୋଲି ଯାହା କହୁଥିଲେ ଏବେ ତାହା ଆଉ କାମ କରିବ ନାହିଁ।

ଏହି ନିର୍ବାଚନରେ କଂଗ୍ରେସ ଧୂଳିସାତ ହୋଇଯିବ ବୋଲି କୁହା ଯାଉଥିଲା। ହେଲେ ସବୁ ଆକଳନ କୁ ଭୁଲ ପ୍ରମାଣିତ କରି କଂଗ୍ରେସ ୪୫ ଆସନରେ ଆଗୁଆ ରହିଛି, ଏହା ଗତ ନିର୍ବାଚନ ତୁଳନାରେ ଢେର ଭଲ ପ୍ରଦର୍ଶନ। ମାତ୍ର ପାଞ୍ଚମାସ ତଳେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ୪୫ ରୁ ୪୧ ଆସନ ଜିତିଥିଲେ, ଅଥଚ ବିଧାନସଭା ନିର୍ବାଚନରେ ସେମାନଙ୍କ ସ୍ଥିତି ସେତେ ଉନ୍ନତ ହୋଇନାହିଁ। ବର୍ତ୍ତମାନର ସ୍ଥିତି ଅନୁଯାୟୀ (ବିଜେପି-୧୦୧+ଶିବସେନା-୫୮=୧୫୯) ମେଣ୍ଟ ସରକାର ହେବା ସହଜ। ତେବେ ସେନାକୁ ପ୍ରଲୋଭିତ କରିବା ପାଇଁ କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାଖରେ ଏକ ମ୍ୟାଜିକ ସଂଖ୍ୟା (କଂଗ୍ରେସ-୪୫+ଏନସିପି-୫୩=୯୮ + ଶିବସେନା- ୫୮=୧୫୬) ରହିଛି, ଯାହାକି ବିଜେପିକୁ ସବୁବେଳେ ଅସୁରକ୍ଷିତ କରି ରଖିବ। ଗତ ନିର୍ବାଚନ ପରେ କଂଗ୍ରେସ ଓ ଏନସିପି ରୁ ବିଜେପି ପ୍ରବଳ ବିଧାୟକ ଓ ନେତାଙ୍କୁ କିଣିବାର ଚେଷ୍ଟା କରିଥିଲା, ହେଲେ ବିରୋଧୀ ରାଜନୀତି ଯେ ସବୁ ପ୍ରକାର ଚାପ ସତ୍ତ୍ୱେ ବଞ୍ଚିପାରେ, ଏହା ପୁଣିଥରେ ମହାରାଷ୍ଟ୍ରରେ ପ୍ରମାଣିତ ହୋଇଛି।

ସବୁ ନିର୍ବାଚନୀ ଆକଳନ ଓ ଗଣିତକୁ ଭୁଲ ପ୍ରମାଣିତ କରି ହରିଆଣା ବିଧାନସଭାର ଫଳାଫଳ ଝୁଲା ଅବସ୍ଥାକୁ ଆସିଛି। ବିଜେପି ୪୦ ଓ କଂଗ୍ରେସ ୩୧ ଆସନ ଜିତିଥିବା ବେଳେ ଏଠାରେ ସ୍ଵାଧୀନ ବିଧାୟକମାନଙ୍କ ହାତରେ ସରକାର ଗଢିବାର ଚାବିକାଠି ରହିବ। ବିଜେପିର ନିର୍ବାଚନୀ ଦାବି ଓ ଏହାର ଫଳାଫଳରେ ଏବେ ଢେର ଅନ୍ତର ଦେଖିବାକୁ ମିଳିଛି। କାଶ୍ମୀର ପ୍ରସଙ୍ଗରେ ଏହି ଦୁଇ ରାଜ୍ୟର ନିର୍ବାଚନ ଲଢିବାକୁ ନରେନ୍ଦ୍ର ମୋଦୀ ଓ ଅମିତ ଶାହା ଖୋଲାଖୋଲି ଘୋଷଣା କରିଥିଲେ। ଫଳ ବାହାରିବା ପରେ ଦେଶବାସୀ ଜଣାଇ ଦେଇଛନ୍ତି ଯେ, ମୋଦୀ-ଶାହା ଯାହା କରୁଛନ୍ତି, ତାହା ପଛରେ ଲୋକଙ୍କ ପୂର୍ଣ୍ଣ ସମର୍ଥନ ଅଛି ବୋଲି ଭାବିବା ନିତାନ୍ତ ନିର୍ବୋଧତା ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.