ସମୀକ୍ଷା ବ୍ୟୁରୋ
ରାୟଗଡା-ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ବ୍ଲକ ପୁଟାସିଂ ଗ୍ରାମପଞ୍ଚାୟତ ର ରେଜିଙ୍ଗତାଲ ଗ୍ରାମ ର ମୁଖ୍ୟ ରାସ୍ତା ଉପରକୁ ଏକ ବଡ଼ ପଥର ଖସିପଡିଛି। ଫଳରେ ସେହି ରାସ୍ତା ବର୍ତ୍ତମାନ ସଂପର୍ଣ୍ଣ ବନ୍ଦ ହୋଇଯାଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ରାସ୍ତା କଡରେ ଥିବା ପଥର ତଳୁ ମାଟି ଖସିବାରେ ଲାଗିଥିଲା। ଧିରେ ଧିରେ ଏତ ବଡ ପଥରକୁ ମାଟି ଧରି ରଖିବାରେ ସମର୍ଥ ହୋଇ ନ ଥିଲା। ଫଳରେ ହଠାତ ଏହି ପଥର ଏକ ବିରାଟ ଶଦ୍ଦ କରି ରାସ୍ତା ଉପରକୁ ଖସିପଡିଥିଲା। ଭାଗ୍ୟ ଭଲ ସେତେବେଳେ ବର୍ଷା ଯୋଗୁଁ କୌଣସି ଲୋକ ଯାତାୟତ କରୁ ନ ଥିଲେ। ଯାହା ଫଳରେ ଏକ ବଡ ବିପଦରୁ ରକ୍ଷା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ଗୁଣପୁର ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ପଥରକୁ ରାସ୍ତାରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ ରାସ୍ତା ଓ ବ୍ରିଜ ବିଭାଗର କର୍ମଚାରୀମାନେ ପଥରକୁ ହଟାଇବା ପାଇଁ ଚେଷ୍ଠା ଚଳାଇଛନ୍ତି।