ପଞ୍ଜାବ ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ କଂଗ୍ରେସ ବାଜିମାତ କରିଛି। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ଆସନ ଜିତିଥିବାବେଳେ ବିଜେପି ଗୋଟିଏ ବି ଆସନ ଜିତିପାରିନାହିଁ । କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲଙ୍କ ଗଡ଼ କୁହାଯାଉଥିବା ଜଲାଲବାଦରରେ କଂଗ୍ରେସ ବାଜିମାତ୍ କରିଛି ।