ବାଣପୁର ବ୍ଲକ ଵାଲେଡିହ ଗ୍ରାମର ତିନିଜଣ ଯୁବକ ବନ୍ୟା ପାଣିରେ ଭାସିଯିବାର ଖବର ମିଳିଛି। ଏହି ଦୁର୍ଘଟଣା ଵାଲେଡିହ ଗାଁ ନିକଟରେ ଥିବା କେନ୍ଦ୍ରୀୟ ଜେଲ ପୂର୍ବ ବ୍ରିଜରେ ଘଟିଛି। ଏହି ତିନିଜଣ ଯୁବକ ବାଇକରେ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ତିନି ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ବାଇକର କୌଣସି ପତ୍ତା ମିଳିନି।