ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲାରେ ସେଓ ଆଣିବାକୁ ଯାଇଥିବା 2 ଜଣ ଟ୍ରକ ଚାଳକଙ୍କୁ ଆତଙ୍କବାଦୀମାନେ ଗୁରୁବାର ଗୁଳି କରି ହତ୍ୟା କରିଛନ୍ତି । ଦକ୍ଷିଣ କଶ୍ମୀରରେ ବିଗତ 10 ଦିନ ମଧ୍ୟ ଟ୍ରକ ଚାଳକମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିବା ଏହା ହେଉଛି ତୃତୀୟ ଘଟଣା । ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଟ୍ରକ ଚାଳକମାନେ ବିନା କୌଣସି ସୁରକ୍ଷାରେ ଘାଟୀକୁ ଯାଇଥିଲେ । ଟ୍ରକ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତ ଟ୍ରକ ଚାଳକଙ୍କୁ ଉଦ୍ଧାର କରାଯାଇ ଶ୍ରୀନଗରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।