ହରିୟାଣାର ନିର୍ବାଚନୀ ଫଳାଫଳ ପରେ ଝୁଲା ସରକାରର ସମ୍ଭାବନା ସ୍ପଷ୍ଟ ହୋଇଥିବା ବେଳେ ବିଜେପି ସର୍ବବୃହତ ଦଳ ରହିଛି । ସ୍ବାଧୀନ ବିଧାୟକ ରହିଥିବା ଗୋପାଳ କାଣ୍ଡା ବିଜେପି ନିମନ୍ତେ ନିଜର ସମର୍ଥନ ଜାହିର କରିବା ପରେ ବରିଷ୍ଠ ନେତ୍ରୀ ଉମା ଭାରତୀ ଏହାର ବିରୋଧ କରି ଏକାଧିକ ଟ୍ବିଟ୍ କରିଛନ୍ତି । କାଣ୍ଡାଙ୍କ ବିରୋଧରେ ଜଣେ ବିମାନ ପରିଚାରିକାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଉକ୍ତ ପରିଚାରିକାଙ୍କ ଆତ୍ମହତ୍ୟା ମାମଲାରେ କାଣ୍ଡା ଜାମିନରେ ଅଛନ୍ତି । ତେଣୁ ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦଙ୍କୁ ନିବେଦନକି ସେମାନେ କାଣ୍ଡାଙ୍କ ସହିତ କୌଣସି ଚୁକ୍ତି କରିବା ପୂର୍ବରୁ ଶହେଥର ବିଚାର କରନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ବିଜେପିକୁ ସମର୍ଥନ ନେଇ ଶୁକ୍ରବାର ଘୋଷଣା କରିଥିଲେ ।