ବିଜୟ ହଜାରେ ଟ୍ରଫିର ଫାଇନାଲ୍ରେ କର୍ଣ୍ଣାଟକ ପେସ୍ ବୋଲର ଅଭିମନ୍ୟୁ ମିଥୁନ୍ ଏକ ଐତିହାସିକ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ବୋଲର ଭାବରେ ଉଭୟ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍ ଅର୍ଜନର ଗୌରବ ହାସଲ କରିଛନ୍ତି ମିଥୁନ୍ । ଶୁକ୍ରବାର ନିଜର 30 ତମ ଜନ୍ମଦିବସରେ ମିଥୁନ୍ ହ୍ୟାଟ୍ରିକ୍ ଅର୍ଜନ କରିବା ସହିତ ରେକର୍ଡ ବୁକ୍ରେ ନିଜ ନାମ ସାମିଲ କରିଛନ୍ତି । ମିଥୁନ୍ ବିଜୟ ହଜାରେ ଟ୍ରଫିର ଫାଇନାଲ୍ରେ 34 ରନ୍ ବିନିମୟରେ 5 ଓ୍ବିକେଟ ହାସଲ କରିବା କାରଣରୁ ତାମିଲନାଡୁ 252 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇଥିଲା । ଅନ୍ତିମ ଓଭରରେ ଲଗାତାର ବଲ୍ରେ ଶାହାରୁଖ୍ ଖାନ୍(27), ଏମ୍ ମହମ୍ମଦ(10) ଏବଂ ମୁରୁଗନ୍ ଅଶ୍ବିନ୍(0)ଙ୍କୁ ଆଉଟ କରି ମିଥୁନ୍ ଏହି କୃତିତ୍ବ ହାସଲ କରିଥିଲେ । ଏହା ମିଥୁନ୍ଙ୍କର ପ୍ରଥମ ପାଞ୍ଚ ଓ୍ବିକେଟ୍ ସଫଳତା ।