ହରିୟାଣାରେ ସରକାର ଗଠନ ନେଇ ଜାରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟି ଜେଜେପି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ବିଜେପି ପାଖରେ ରହୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ପଦ ଜେଜେପିକୁ ଦିଆଯାଇଛି । ଜେଜେପିର ପ୍ରମୁଖ ଦୁଷ୍ୟନ୍ତ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ଆଜି ମନୋହର ଲାଲ ଖଟ୍ଟର ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି ।
ହରିୟାଣାରେ ସ୍ଥାୟୀ ସରକାର ଗଠନ ପାଇଁ ସେ ବିଜେପିକୁ ସମର୍ଥନ ଦେଇଛନ୍ତି ବୋଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ।