ଆସନ୍ତାକାଲି ଦୀପାବଳି । ଦୀପାବଳିରେ ବାଣ ଫୁଟାଇବା ବେଳେ ଯେପରି କୈାଣସି ଅଘଟଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ଯଦି କୈାଣସି ସ୍ଥାନରେ କିଛି ଅଘଟଣ ଘଟୁଛି ତାକୁ ଏଡ଼ାଇବା ଦାୟିତ୍ୱରେ ରହିଛନ୍ତି ଅଗ୍ନିଶମ ବିଭାଗ । ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୫ହଜାର କର୍ମଚାରୀ ନିୟୋଜିତ ହେବା ସହ ୯୦୦ଟି ଗାଡ଼ି ପ୍ରସ୍ତୁତ ରହିଛି । ଏହା ସହ ସମସ୍ତ ୩୩୭ଟି ଅଗ୍ନିଶମ କେନ୍ଦ୍ର ଆଲର୍ଟରେ ରହିବେ। ୩୫୦ଜଣ ଅଫିସର ମଧ୍ୟ ଏହି ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । କେବଳ ଏତିକି ନୁହେଁ କଟକରେ ୫ଟି, ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ସେହିପରି ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ସମ୍ବଲପୁରରେ ମଧ୍ୟ ଅସ୍ଥାୟୀ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।