ଆସନ୍ତା କାଲି ଦୀପାବଳି ଉତ୍ସବ । ଏଥିପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଦୀପାବଳି ପ୍ରସ୍ତୁତି ନେଇ ପୋଲିସ୍ କମିସନର ପ୍ରେସ୍ ମି୍ଟ୍ କରିଛନ୍ତି । ଏହି ପ୍ରେସ୍ମିଟ୍ରେ ସୁରକ୍ଷିତ ବାଣ ଫୁଟାଇବା ଉପରେ ପରାମର୍ଶ ଦେଇଛନ୍ତି । ରାତି ୮ଟାରୁ ୧୦ଟା ଏଯାଏଁ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଥିବାବେଳେ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କଠୁ ବାଣ କିଣିବାକୁ ପରାମର୍ଶ ରହିଛି । ସେହିପରି ୧୨୫ ଡେସିବିଲ୍ରୁ ଅଧିକ ଶବ୍ଦ କରୁଥିବା ବାଣକୁ ନିଷେଧ କରାଯାଇଥିବାବେଳେ ଛୋଟ ପିଲାଙ୍କୁ ଏକାକୀ ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି । କିଛି ଦୁର୍ଘଟଣା ଘଟିଲେ ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଜଣାଇବାକୁ ପୋଲିସ କମିସନର ସୁଧଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି ।