ଯାଜପୁର ଜିଲ୍ଲାରେ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ବହୁ ଲୋକଙ୍କ ଠାରୁ ଏହି ଯୁବକ ଠକି ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଗିରଫ ହୋଇଥିବା ଦୁଇଜଣ ଯୁବକ ହେଉଛନ୍ତି ମାହାଙ୍ଗାର ପ୍ରିୟରଞ୍ଜନ ପଟ୍ଟନାୟକ ଓ ବଡ଼ଚଣାର ଅକ୍ଷୟ ସାମଲ । ଉଭୟଙ୍କଠାରୁ ଗୋଟିଏ ଦାମୀ କାର, ସୁନା ଗହଣା ଓ ମାରଣାସ୍ତ୍ର ଜବତ ହୋଇଛି । ବାଲେଶ୍ୱରର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତ ହେବା ପରେ ଏହି ଦୁଇ ଅଭିଯୁକ୍ତ ବହୁ ଲୋକଙ୍କୁ ଠକି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି ।