ଦିଲ୍ଲୀ ସରକାର ଦୀପାବଳି ଅବସରରେ ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ସାଣ୍ଡ କି ଆଂଖ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏହି ଫିଲ୍ମରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଦେଶର ସାର୍ପ ସୁଟର ପ୍ରକାଶୀ ତୋମାର ଏବଂ ଚନ୍ଦ୍ରା ତୋମାରଙ୍କ ଏହି ଫିଲ୍ମଟି ଆଧାରିତ। କେବଳ ଦିଲ୍ଲୀ ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି। ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ସାଣ୍ଡ କି ଆଂଖରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁଙ୍କ ବ୍ୟତୀତ ପ୍ରକାଶ ଝା, ବିନୀତ କୁମାର ସିଂହ ଏବଂ ପବନ ଚୋପଡା ମୁଖ୍ୟ ଭୂମିକାରେ ଅଛନ୍ତି। ଦର୍ଶକଙ୍କ ନିକଟରେ ଏହି ଫିଲ୍ମଟି ବେଶ୍ ଆଦୃତ ହୋଇଛି।