ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର:-ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଟୋରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ “ମୃତ୍ତିକା ” ଶେଷ ହୋଇଛି। ଆଠ ଦିନ ଚାଲିଥିବା ଏହି ପ୍ରଦର୍ଶନୀରେ ମୋଟ ୧ କୋଟି ୨୮ ଲକ୍ଷ ଟଙ୍କାର କାରବାର ହୋଇଥିବାର ଜଣାପଡିଛି। ଗତବର୍ଷ ଏହି ପ୍ରଦର୍ଶନୀରେ ୧ କୋଟି ୧୫ ଲକ୍ଷ୍ୟ ଟଙ୍କାର କାରାବାର ହୋଇଥିଲା।ଚଳିତ ବର୍ଷ ଏହା ଦେଢ କୋଟି ରେ ପହଁଚିବାର ଥିଲା। ହେଲେ ଲଗାଣ ବର୍ଷା ଯୋଗୁଁ ଶେଷ ଦୁଇଦିନ କୌଣସି କାରବାର ହୋଇପାରି ନ ଥିଲା। ଏଥର ଏହି ପ୍ରଦର୍ଶନୀରେ ୧୦୦ ଗୋଟି ଷ୍ଟଲ୍ରେ ୧୭୭ ଜଣ କାରିଗର ସେମାନଙ୍କ ହସ୍ତଶିଳ୍ପକୁ ପ୍ରଦର୍ଶନ ଓ ବିକ୍ରୟ କରିଥିଲେ । ଏଥିରେ ଛୋଟ ମାଟି ଦ୍ବୀପଠାରୁ ଆରମ୍ଭ କରି ଟେରାକୋଟାର ବଡବଡ ହାତୀ, ଘୋଡା ସହିତ ଫୁଲ ଦାନୀ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ଏହି ମେଳାକୁ ୨ ଲକ୍ଷ ୩୦ ହଜାର ଦର୍ଶକ ଆସିଥିଲେ । ଶେଷ ଦିନରେ ଏହି ପ୍ରଦର୍ଶନୀରେ ଭାର ନେଇଥିବା କାରୀଗରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।