Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ଧନତରାସ ସୁନା ବେପାରୀଙ୍କୁ କରିଛି ହତାଶ, ଏଥର ଦେଶରେ ବିକ୍ରୀ ହେଲା ମୋଟ ୬ ହଜାର କେଜିର ସୁନା
ବିଶେଷ ଖବର

ଚଳିତ ଧନତରାସ ସୁନା ବେପାରୀଙ୍କୁ କରିଛି ହତାଶ, ଏଥର ଦେଶରେ ବିକ୍ରୀ ହେଲା ମୋଟ ୬ ହଜାର କେଜିର ସୁନା

October 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold selling decreased in Dhantaras due slow down

ସଂପଦ ଦଳାଇ

ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି ମେଟାଲ ପଦାର୍ଥ କିଣିବାର ପ୍ରଥା ରହିଛି। ବିଶ୍ବାସ ରହିଛି ଏହି ଧନତରାସ ଦିନରେ ସୁନାରୂପା କିଣିଲେ ମା ଲକ୍ଷ୍ମୀ ଆର୍ଶିବାଦ କରିଥାନ୍ତି। ଘରେ ଧନ ସଂପତ୍ତି ବୃଦ୍ଧି ଘଟିଥାଏ। ସେଥିପାଇଁ ଏହି ଧନତରାସକୁ ହିନ୍ଦୁ ଭକ୍ତମାନେ ଏବଂ ସୁନା ବେପାରୀମାନେ ଅପେକ୍ଷା କରି ରହିଥାନ୍ତି।

ହେଲେ ଚଳିତ ବର୍ଷ ଧନତରାସ ସୁନା ବେପାରୀଙ୍କ ପାଇଁ ସବୁଠାରୁ “ହତୋତ୍ସାହ ଧନତରାସ” ଥିଲା। ଦେଶରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ସୁନା ବିକ୍ରିର ପରିମାଣ ଗତ ଦଶ ବର୍ଷ ବ୍ୟବସାୟକୁ ତୁଳନାରେ ସବୁଠାରୁ କମ ବ୍ୟବସାୟ ହୋଇଛି। ଅର୍ଥାତ ଚଳିତ ବର୍ଷ ୪୦ ପ୍ରତିଶତ ବିକ୍ରି ହ୍ରାସ ପାଇଛି। କନଫେଡ୍ରେସନ ଅଫ ଅଲ ଇଣ୍ଡିଆ ଟ୍ରେଡରସ ସଂସ୍ଥାର ହିସାବ ଅନୁସାରେ ଚଳିତ ବର୍ଷ ଧନତରାସରେ ସର୍ବଭାରତୀୟ ସ୍ତରରେ୨୫୦୦ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏହି ଗୋଟିଏ ଦିନରେ ଗ୍ରାହକମାନେ ୬୦୦୦ କେଜିର ସୁନା କିଣିଛନ୍ତି। ହେଲେ ଗତ ବର୍ଷ ତୁଳନାରେ ଏହା ପୁରା ହ୍ରାସ ପାଇଛି।

ଗତ ୨୦୧୮ ବର୍ଷରେ କେବଳ ଧନତରାସ ଦିନ ସର୍ବ ଭାରତୀୟ ସ୍ତରରେ ୧୭୦୦୦ କେଜି ସୁନା ବିକ୍ରି ହୋଇଥିଲା। ଯାହାର ସେତେବେଳେର ମୂଲ୍ୟ ଥିଲା ୫୫୦୦ କୋଟି ଟଙ୍କା। ଏହି ହିସାବ ସୂଚାଇ ଦେଉଛି ଯେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୧ ହଜାର କେଜି ସୁନା ବିକ୍ରିରେ ହ୍ରାସ ଘଟିଛି। ଯଦି ସୁନା ମୂଲ୍ୟ ତୁଳନା କରାଯାଏ ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମୂଲ୍ୟରେ ଦଶଗ୍ରାମକୁ  ପ୍ରାୟ ୬ ହଜାର ଟଙ୍କା ବୃଦ୍ଧି ଘଟିଛି। ଗତ ବର୍ଷ ଧନତରାସ ବେଳକୁ ସୁନା ଦର ହାରାହାରି ଦଶ ଗ୍ରାମକୁ ୩୨୬୯୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୩୯୨୪୦ଟଙ୍କା ଥିଲା। ଚଳିତ ବର୍ଷ ଧନତରାସ ସମୟରେ ସର୍ବ ଭାରତୀୟ ସ୍ତରରେ ସୁନା ଦର ହାରାହାରି ୨୨୦ ଟଙ୍କା ବୃଦ୍ଧି ଘଟିଥିଲା।

ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଆର୍ଥିକ ମାନ୍ଦା ଅବସ୍ଥା ଏଥର ସୁନା ବଜାରକୁ ଦୋହଲାଇ ଦେଇଛି। ତେବେ ସୁନା ରୂପା ଅପେକ୍ଷା ଚଳିତ ବର୍ଷ ପିତ୍ତଲ କଂସା ବିକ୍ରି ବୃଦ୍ଧି ପାଇଛି ବୋଲି ଟ୍ରେଡର ସଂଘ ଅନୁମାନ କରିଛି। ବିଶ୍ବାସ ରହିଛି ଏହି ଦିନ କୌଣସି ମେଟାଲ କିଣିଲେ ଶୁଭ ହୁଏ। ସୁନା କିଣିଲେ ଆହୁରି ଶୁଭ ହୁଏ। ତେଣୁ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ଗ୍ରାହକମାନେ ପିତ୍ତଳ କଂସାରେ କାମ ଚଳାଇ ଦେଇଛନ୍ତି ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତା ବିବାହ ଋତୁରେ ସୁନା ବିକ୍ରୀ ବୃଦ୍ଧି ଘଟିବ ବୋଲି ସୁନା ବେପାରୀ ଆଶା ରଖିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Latest News

ଭଞ୍ଜନଗର ପୋଲିସ୍ ଦ୍ଵାରା ବ୍ରାଉନ ସୁଗାର୍ ଜବତ: ୩ ଗିରଫ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025

ICC ODI ବିଶ୍ୱକପର ନୂଆ ସୂଚୀ ଜାରି, ଜାଣନ୍ତୁ ଭାରତର ମ୍ୟାଚ୍ କେବେ ଏବଂ କେଉଁଠି ଖେଳାଯିବ

August 22, 2025

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀଙ୍କ ଦ୍ୱାରା ଡାକ ସେବାର ଏକ ନୂତନ ଡିଜିଟାଲ୍ ଯୁଗର ଶୁଭାରମ୍ଭ

August 22, 2025

ଯୁବପିଢ଼ିଙ୍କୁ ଅନ୍ଧକାର ଆଡ଼କୁ ଠେଲି ଦେଉଛି ଅନଲାଇନ୍ ଗେମିଂ: ପ୍ରତି ବର୍ଷ ୨୦ ହଜାର କୋଟି କ୍ଷତି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.