ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଆତଙ୍କବାଦୀ ଆକ୍ରମଣ ସଙ୍ଗଠିତ ହୋଇଯାଇଛି । ଏହି ଆକ୍ରମଣରେ 6 ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଶନିବାର ଶ୍ରୀନଗରର କରଣ ନଗରରେ ଏହି ଆକ୍ରମଣ ସଙ୍ଗଠିତ ହୋଇଥିଲଶ । ଗୁରୁବାର ସେଓ ବେପାରୀଙ୍କ ଉପରେ ଆକ୍ରମଣକୁ ମିଶାଇ ଏହା ଚଳିତ ମାସର ଚତୁର୍ଥ ଆକ୍ରମଣ । ସମସ୍ତ ଆହତ ଯବାନ ସିଆରପିଏଫ୍ର 167 ବାଟାଲିୟନ୍ର ବୋଲି ଜଣାପଡିଛି । ଅଲକାଏଦାର ଜାକିର ମୁସାଙ୍କ ଅନୁସନ୍ଧାନ ସମୟରେ ଆତଙ୍କୀ ଏବଂ ସେନା ମଧ୍ୟରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା ।