ପଞ୍ଜାବର ପୂର୍ବତନ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ କମଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି । ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡ଼ିଛି । ଫିରୋଜପୁର ଜିଲ୍ଲାରେ ଥିବା ତାଙ୍କ ବାସନ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସେ ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଏକ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ କମଲଙ୍କୁ ୪୮ ବର୍ଷ ହୋଇଥିଲା ।