ସମୀକ୍ଷା ବ୍ୟୁରୋ
ଆଜି ପବିତ୍ର ଦୀପାବଳି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକକାଳୀନ ଭାବରେ ବାଣପୁର ସ୍ଥିତ ମୁକ୍ତାଦେଇପୁର ଗ୍ରାମ ଓ ଗମ୍ଭାରୀମୁଣ୍ଡା ସ୍ଥିତ ଖଜୁରିଆ ଗ୍ରାମରେ ସଂସ୍କାର କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଣପୁର ସଂସ୍କାର କେନ୍ଦ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ କେଦାର ମେହେର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାଣପୁର ମଣ୍ଡଳ ପ୍ରମୁଖ କୈଳାଶ ଚନ୍ଦ୍ର ଖୁଣ୍ଟିଆ ଉଦ୍ଘାଟନ କରିଥିବା ବେଳେ ଗମ୍ଭାରୀମୁଣ୍ଡା ସଂସ୍କାର କେନ୍ଦ୍ରକୁ ଗମ୍ଭାରୀମୁଣ୍ଡା ଅଂଚଳର ଉଦୀୟମାନ ଯୁବ ସମାଜସେବୀ ଆଶିଷ ସାମନ୍ତସିଂହାର ଓ ପାର୍ଥସାରଥୀ ପଲାଇ ଉଦ୍ଘାଟନ କରିଥିଲେ। ଉଭୟ ସଂସ୍କାର କେନ୍ଦ୍ରରେ ଅତିଥିମାନେ ଛୋଟଛୋଟ ଶିଶୁ ଭାଇଭଉଣୀମାନଙ୍କୁ ବିଭିନ୍ନ ଶ୍ଳୋକ ଶିଖାଇବା ସହ ଶାରୀରିକ ପ୍ରଶିକ୍ଷଣ ଓ ଜ୍ଞାନ ପ୍ରଦାନ କରିଥିଲେ।
ବାଣପୁର ସଂସ୍କାର କେନ୍ଦ୍ରର ନେତୃତ୍ୱ ବାଲୁଗାଁ କଲେଜ ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ଭୋଳା ଜେନା, କାଳିଜାଇ ରେସିଡେଣ୍ଟିଆଲ କଲେଜ ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ଅଜୟ ଦାସ, ଆଙ୍କୁଲା କଲେଜ ଯୁକ୍ତ ୨ ସଭାପତି ସିଦ୍ଧାର୍ଥ ବାରିକି, ବିଦ୍ୟାଧର, ନାରାୟଣ, କାହ୍ନା ନେଇଥିବାବେଳେ ଗମ୍ଭାରୀମୁଣ୍ଡା ସଂସ୍କାର କେନ୍ଦ୍ରର ନେତୃତ୍ୱ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟର କ୍ୟାମ୍ପସ ୟୁନିଟ ସଭାପତି ଜଗନ ପ୍ରଧାନ, ସମ୍ପାଦକ ବିଜୁ ପ୍ରଧାନ, ସନ୍ଦୀପ ସାହୁ ଓ ଦୀପକ ପ୍ରଧାନ ନେଇଥିଲେ। ସୂଚନାଯୋଗ୍ୟ, ଏହାକୁ ମିଶାଇ ଏବିଭିପି ବାଣପୁର-ବାଲୁଗାଁ ର ୩ ଗୋଟି ଅଂଚଳରେ ସଂସ୍କାର କେନ୍ଦ୍ର ଆରମ୍ଭ ହୋଇଯାଇଛି । ବିଦ୍ୟାର୍ଥୀ ପରିଷଦର ଉକ୍ତ ମହତ କାର୍ଯ୍ୟକୁ ସମଗ୍ର ବାଣପୁର ବାଲୁଗାଁବାସୀ ଉଚ୍ଚ ପ୍ରସଂଶିତ କରିଛନ୍ତି।