ସମୀକ୍ଷା ବ୍ୟୁରୋ
ଦୀପାବଳି ଅବସରରେ ବାଣପୁରର ଗମ୍ଭାରୀମୁଣ୍ଡାରେ ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ନିଜ ଘରେ ଲିଚୁ ଲାଇଟ୍ ଲଗାଉଥିବା ସମୟରେ ଦେଓଗାଁ ପଞ୍ଚାୟତର ଘାସେଡିହ ଗ୍ରାମର ଏହି ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣଙ୍କ ମନୋଜ ପ୍ରଧାନ(୧୭) ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ତାଙ୍କୁ ଗମ୍ଭାରୀମୁଣ୍ଡା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିଥିଲେ। ମାତ୍ର ଭୁବନେଶ୍ବରରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ମନୋଜଙ୍କ ଘରେ ଲାଗିଥିବା ଲିଚୁ ଲାଇଟ୍ ଖରାପ ଥିବାରୁ ଜଳୁନଥିଲା। ଏହାକୁ ସଜାଡିବାକୁ ଚେଷ୍ଟା କରିବା ସମୟରେ ଭୁଲବଶତଃ ମେନ୍ ସୁଇଚ୍ ବନ୍ଦ କରିବାକୁ ଭୁଲି ଯାଇଥିବାରୁ ଏହି ଅଘଟଣ ଘଟିଥିବା ଜଶା ପଡିଛି।