ତାମିଲ ସୁପରଷ୍ଟାର ବିଜୟଙ୍କ ଦୀପାବଳି ରିଲିଜ୍ ବିଗିଲ୍ ବକ୍ସ ଅଫିସ୍ରେ କମାଲ କରୁଛି। ଫିଲ୍ମଟି ବିଜୟ ଐବଂ ଅଟ୍ଲୀଙ୍କ ମଧ୍ୟରେ ଏହା ତୃତୀୟ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସ୍ରେ ସଫଳ ହୋଇଛି। ବଲିଉଡ୍ ଫିଲ୍ମ ହାଉସଫୁଲ୍ ତିନି ଦିନରେ ମାତ୍ର ୫୦ କୋଟି ଆୟ କରିଥିବା ବେଳେ ତାମିଲ ଫିଲ୍ମ ୧୦୦ କୋଟି ଅତିକ୍ରମ କରିବା ଅଟ୍ଲୀଙ୍କ ପାଇଁ ଏକ ବଡ ଉପଲବ୍ଧି। ଚାରିଟି ଦକ୍ଷିଣ ଭାରତୀୟ ଭାଷାରେ ରିଲିଜ୍ ହୋଇଥିବା ବେଳେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଫିଲ୍ମଟି ଭଲ ବ୍ୟବସାୟ କରୁଛି। ଏହା ସହିତ ଫିଲ୍ମଟି ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରୁଥିବା ଜଣାପଡିଛି। ବିଭିନ୍ନ ରାଜ୍ୟରେ ବ୍ୟବସାୟର ପ୍ରକୃତ ସଂଖ୍ୟା ଜଣା ପଡିନଥିବା ବେଳେ ତିନି ଦିନର ବ୍ୟବସାୟ ସମ୍ପର୍କରେ ସିନେ ସମୀକ୍ଷକ ରମେଶ ବାଲା ସୂଚନା ଦେଇଛନ୍ତି। ଏହି ଫିଲ୍ମର ବଜେଟ୍ ୧୮୦ କୋଟି ରହିଥିବା ବେଳେ ତିନି ଦିନ ମଧ୍ୟରେ ୧୦୦ କୋଟି ଭଲ ବ୍ୟବସାୟ ବୋଲି କୁହାଯାଉଛି। ଏହି ଫିଲ୍ମଟି ଅଟଲୀ ଏବଂ ବିଜୟଙ୍କ ତୃତୀୟ ଫିଲ୍ମ ହୋଇଥିବା ବେଳେ ନୟନତାରାଙ୍କ ସହ ଅଟ୍ଲୀଙ୍କର ଏହା ଦ୍ବିତୀୟ ଫିଲ୍ମ।