ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଈଶ୍ୱର ସତନାମୀ (23) ଓ ତାରାଚନ ମାଝୀ (30) । ଈଶ୍ୱରଙ୍କ ଗାଁ ଧରମବନ୍ଧାରେ ହୋଇଥିବା ବେଳେ ତାରାଚନଙ୍କ ଗାଁ ପଣ୍ଡରିପାନିରେ । ସେହିଭଳି ଆହତମାନେ ହେଲେ ଭୁରବ ସତନାମୀ, ନେତରାମ ସତନାମୀ ଓ ଜୀବନ ମାଝି । ଅପରାହ୍ନ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆହତମାନଙ୍କୁ ନୂଆପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।