ଆସନ୍ତା ନଭେମ୍ବର ୨ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସୋମବାର ଦିନ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦଳର ସାଙ୍ଗଠନିକ ସମସ୍ୟ ଉପରେ ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ କରାଯାଇଥିବା ଜଣାପଡିଛି। ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଅପରାହ୍ନ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ଦଳର ବିଫଳତା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହା ବ୍ୟତୀତ ସରକାରଙ୍କ ଅର୍ଥନୈତିକ ବିଫଳତା ଏବଂ ବେକାରୀ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି।