ବାଂଲାଦେଶୀ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ସାକିବ୍ ଅଲ୍ ହାସନ୍ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସାକିବ୍ଙ୍କୁ ଦିଆଯାଇଥିବା ନୋଟିସ୍ର ଜବାବ ଦେଇ ନଥିବାରୁ ବାସନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହିତ ଭାରତ ଗସ୍ତ ପାଇଁ ସାକିବ୍ଙ୍କୁ ଦଳରେ ସାମିଲ କରାଯାଇ ନାହିଁ । 2017ରେ ଜଣେ ବୁକି ସାକିବ୍ଙ୍କୁ ମ୍ୟାଚ୍ ଫିକ୍ସିଂ ପାଇଁ ସମ୍ପର୍କ କରିଥିଲେ, ସାକିବ୍ ମ୍ୟାଚ୍ ଫିକ୍ସିଂରେ ସମ୍ପୃକ୍ତ ନଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ଅଭିଯୋଗ କରିନଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ସାକିବ୍ଙ୍କୁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ସାକିବ୍ ଏହାର ଉତ୍ତର ରଖିନାହାନ୍ତି । ଫଳରେ ସାକିବ୍ ବର୍ତ୍ତମାନ ଦେଢବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସମାପିତ 50 ଓଭର ବିଶ୍ବକପ୍ରେ ସାକିବ୍ 606 ରନ୍ ସଂଗ୍ରହ କରିବା ସହିତ 11ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।