ସମୀକ୍ଷା ବ୍ୟୁରୋ
ଭାରତ ବର୍ଷର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଏନ୍ତୁଡିଶାଳ କୁହାଯାଉଥିବା ଐତିହାସିକ, ପବିତ୍ର, ବଳିଷ୍ଠ ବୀର ପ୍ରସବୀନି ବାଣପୁର ମାଟି । ଯେଉଁ ମାଟି ସମସ୍ତ ଭାରତବର୍ଷକୁ ଇଂରେଜ ବିରୋଧ ବିପ୍ଳବର ବାର୍ତ୍ତା ପ୍ରଦାନ କରିଥିଲା । ଯେଉଁ ପାଇକ ପୁଅ ନିଜ ଜୀବନକୁ ବାଜି ଲଗାଇ ଏ ମାଟି ମା’ ପାଇଁ ଲଢେଇ କରିଥିଲେ । ଆଜି ସେହି ମହାନ୍ ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଦେଇ ତଥା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜିର ଏହି ଉତ୍ସବରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ‘ପାଇକ କୂଳତିକଳ’ ସମ୍ମାନରେ ସମ୍ମାନିତ କରାଯିବ । ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଅତିଥିବ ଭାବରେ ଏହି ଉତ୍ସବରେ ଯୋଗଦାନ କରିଛନ୍ତି । ସ୍ଥାନୀୟ ପଲଟଣ ପଡ଼ିଆଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ସାଧାରଣ ସଭା ଓ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଯାଇଛି । ଆଜି ସକାଳ ୯ ଘଟିକାଠାରୁ ମା’ ଭଗବତୀ ମନ୍ଦିରଠାରୁ ପାଇକ ଆଖଡ଼ା ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା ।