କାଳିଆ ସହାୟତା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଦେଇ କହିଛନ୍ତି ଯେ, ନଭେମ୍ବରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଦ୍ବିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ମିଳିବ । କେବଳ ତାଲିକାଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଯାଞ୍ଚ ପ୍ରକ୍ରିୟା ସରିଯାଇଛି । ଆସନ୍ତା ମାସରେ ଯୋଗ୍ୟ ହିତାଧୀକାରୀଙ୍କୁ ଏହି ଟଙ୍କା ମିଳିବ । କାଳିଆ ଯାଞ୍ଚ ପ୍ରକ୍ରିୟା ଅଗଷ୍ଟରେ ସରିଥିବାର କହିଛନ୍ତି କୃଷି ସଚିବ ।