ଜାମ୍ମୁ କାଶ୍ମରର କୁଲଗାମରେ 5 ଜଣ ଅଣ କାଶ୍ମୀରି ଶ୍ରମିକଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି । 5 ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତ ଶ୍ରମିକ ମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ମଙ୍ଗଳବାର ଦିନ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି । ଏହା ସହିତ ପୁଲଓ୍ବାମାରେ ଏକ ସ୍କୁଲରେ ମୁତୟନ ଥିବା ଅର୍ଦ୍ଧ ସାମରିକ ବାହିନୀର ଯବାନଙ୍କ ଉପରକୁ ମଧ୍ୟ ଆତଙ୍କକୀ ମାନେ ଗୁଳି ଚଳାଇଥିବା ଜଣାପଡିଛି । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିହତ ଶ୍ରମିକଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକାଶ କରିଛନ୍ତି ।