ଆର୍ଜେଣ୍ଟିନା ଫୁଟବଲ୍ ଷ୍ଟାର ଲିଓନେଲ୍ ମେସି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଅତିକ୍ରମ କରିଛନ୍ତି । ମଙ୍ଗଳବାର ରାତିରେ ବାର୍ସେଲୋନା ଏବଂ ଭାଲ୍ଲାଡଏଡ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ବାର୍ସେଲୋନା 5-1ରେ ବିଜୟୀ ହୋଇଥିବା ବେଳେ ମେସି ଦୁଇଟି ଗୋଲ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ରେ ଦୁଇଟି ଗୋଲ ସ୍କୋର କରିବା ସହିତ ମେସି ରୋନାଲ୍ଡୋଙ୍କ କ୍ୟାରିୟର ଗୋଲ 606 ଗୋଲ୍କୁ ଅତିକ୍ରମ କରିବାରେ ସକ୍ଷମ ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ମେସି 606ଟି ଗୋଲ୍ ସ୍କୋର କରିଥିବା ବେଳେ ବର୍ତ୍ତମାନ ମେସିଙ୍କ ସମୁଦାୟ ଗୋଲ ସଂଖ୍ୟା 608ରେ ପହଞ୍ଚିଛି ।